Sunday, August 21, 2022

ବିଦ୍ୟାଳୟ ନିରାପତ୍ତା ଯୋଜନା:ବଜ୍ରପାତରୁ ସୁରକ୍ଷା ତଥା ବନ୍ୟା ସମୟରେ ସତର୍କତା

କିଛି ଦିନ ତଳେ ମୁଁ ଆମ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ଏକ ବିଦ୍ୟାଳୟ ପରିଦର୍ଶନ କରି ଯାଇଥିବା ସମୟରେ ବିଦ୍ୟାଳୟରେ କି କି ସତର୍କତା ଅବଲମ୍ବନ କରିବା କଥା ବୋଲି ପଚାରିବା ପରେ ପିଲାମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲି ଯାହାକୁ ନେଇ ଗୋଟିଏ ପିରିୟଡ଼ ପିଲାଙ୍କୁ ବାଳସଭା ସମୟରେ ବୁଝାଇଥିଲି.. ଗତ ଶୁକ୍ରବାର ଦିନ ଦେବଗଡ଼ ଜିଲ୍ଲାର ଘଟଣା ଘଟିବା ପରେ ଆମ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କିଭଳି ଭାବେ ବଜ୍ରପାତରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଦିନ  କରିବା ପାଇଁ ମନସ୍ଥ କରିଥିଲି.. ମୁଁ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରି କହିଥିଲି ଯେ ଶନିବାର ଦିନ ମାସ ଡ୍ରିଲ କ୍ଲାସରେ ହେଉ ଅଥବା ବାଳସଭା ସମୟରେ ହେଉ ପିଲାମାନଙ୍କୁ ବିଦ୍ୟାଳୟ ନିରାପତ୍ତା ଯୋଜନା ଅଧୀନରେ ଛାତ୍ରଛାତ୍ରୀ ମାନଙ୍କୁ ବଜ୍ରପାତରୁ ସୁରକ୍ଷା ଏବଂ ବନ୍ୟା ସମୟରେ ସତର୍କତା ବିଷୟରେ ସମସ୍ତ ଶିକ୍ଷକ ମାନେ ବୁଝାଇବା ପାଇଁ କହିଥିଲି. 

ମୁଁ ଧନ୍ୟବାଦ ଦେବାକୁ ଚାହିଁବି ଆମ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଯେ ସେମାନେ ଏହାକୁ ଗୁରୁତ୍ୱ ଦେଇ ଗମ୍ଭୀରତା ସହ ନିଜ ନିଜ ବିଦ୍ୟାଳୟର ସହକାରୀ ଶିକ୍ଷକ ମାନଙ୍କୁ ନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରେଇଥିଲେ. ମୁଁ ପ୍ରତ୍ୟକ୍ଷ ଭାବେ ମାସ ଡ୍ରିଲ ସମୟରେ ଗୋଟିଏ ସ୍କୁଲ ଏବଂ ବାଳ ସଭା ସମୟରେ ଅନ୍ୟ ଏକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସିଧାସଳଖ ଏହା ଉପରେ ସଚେତନ କରେଇଥିଲି.. ଛାତ୍ରଛାତ୍ରୀ ମାନଙ୍କ ଠାରୁ ହିଁ ବିଦ୍ୟାଳୟରେ ଥିବା ବିଭିନ୍ନ ବିପଦ ସମ୍ପର୍କରେ ଆଲୋଚନା କରି କିଭଳି ସତର୍କତା ଅବଲମ୍ବନ କରିବା ସହ ନିଜ ଘରେ ଯାଇ ସବୁକିଛି ବର୍ଣ୍ଣନା କରିବେ ତାହା ସୁନିଶ୍ଚିତ କରେଇଥିଲି..
     ଏଠାରେ ସମସ୍ତଙ୍କ ଅବଗତି ନିମନ୍ତେ ଜଣେଇ ଦେବାକୁ ଚାହେଁ ଯେ ବିଦ୍ୟାଳୟ ନିରାପତ୍ତା ଏବଂ ସୁରକ୍ଷା ନିମନ୍ତେ ସମଗ୍ର ଶିକ୍ଷା ଅଧୀନରେ ପ୍ରତ୍ୟେକ ଶିକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ତଥା ବିଦ୍ୟାଳୟକୁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯାଇଥାଏ. ଏହାଛଡ଼ା ପ୍ରତିମାସ ଗୋଟିଏ ଦିନ କିଛି ନିର୍ଦିଷ୍ଟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ମାର୍ଗଦର୍ଶିକା ରହିଛି..
         ପ୍ରତ୍ୟେକ ବର୍ଷ ବଜ୍ରପାତରୁ ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି ଏହାକୁ ରୋକିବାକୁ ହେଲେ ପ୍ରତ୍ୟେକ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ଅଛି. ଆମ କ୍ଲଷ୍ଟରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଚେତନତା ସୃଷ୍ଟି କରିଥିବାରୁ ଆମ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ତଥା ଅଭିଭାବକ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରୁଛି 

No comments:

Post a Comment

ଗୁରୁଦିବସ ଉପଲକ୍ଷେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

 ଗତକାଲି ପବିତ୍ର ଗୁରୁଦିବସ ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର  ସଂଯୋଜକ ହେବାର ଗତ କିଛି ଦିନ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ଯାଇ ମନିଟରିଂ କରିବା ସମୟରେ ବିଭିନ୍...