ଗତକାଲି ତା:୩:୮:୨୦୨୨ ରିଖ ମଙ୍ଗଳବାର ଦିନ  ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ଏବଂ ତଦାରଖ କରିବା ସମୟରେ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲି ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ କିଛି ଭାବ ଆଦାନ ପ୍ରଦାନ କରିଥିଲି. ସେମାନଙ୍କୁ କିଛି ଉପଦେଶ ଦେବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ଶୃଙ୍ଖଳା ଚାର୍ଟକୁ ଠିକ ଭାବେ ଅନୁସରଣ କରୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲି ଏବଂ ତାହାର ପ୍ରମାଣ ସ୍ୱରୂପ ଶୃଙ୍ଖଳା ଚାର୍ଟ ପାଖେ ନିଜ ଫୋଟୋ ପଠେଇବାକୁ କହିଥିଲି.ମୋ ନମ୍ବରକୁ କଳାପଟାରେ ଦେଇଥିଲି . କିଛି ପିିଲା ହ୍ଵାଟ୍ସଆପ  ମାଧ୍ୟମରେ ମୋତେ ପିଲାମାନେ  ତାଙ୍କ ଫୋଟୋ ପଠେଇଥିଲେ ଯାହାକୁ ଦେଖି ଖୁସି ଅତ୍ୟନ୍ତ ଅନୁଭବ ହେଲା
ପିଲାମାନେ ଶୃଙ୍ଖଳିତ ଜୀବନଯାପନ କରିବା ସହ ଶିକ୍ଷକ ମାନେ ପ୍ରତିଦିନ ଦେଇଥିବା ଗୃହକାର୍ଯ୍ୟ ସୁନିଶ୍ଚିତ କରିବା ତଥା ଦୈନିକ ୪ ଘଣ୍ଟା ପାଠ ପଢିବା ସୁନିଶ୍ଚିତ କରିବା ପାଇଁ ଏହି ଉଦ୍ୟମ କରାଯାଇଛି ଯାହା ସଫଳ ହେବ ବୋଲି ଦୃଢ଼ ବିଶ୍ୱାସ..ଏହାଛଡ଼ା ତାଙ୍କର ଅଭିଭାବକ ମାନଙ୍କ ଜରିଆରେ ଏହି ସମୟ ଅନୁଯାୟୀ ପିଲାମାନେ ସଠିକ କାମ କରୁଛନ୍ତି କି ନାହିଁ ତାହାର ମତାମତ ନେଇ ମୂଲ୍ୟାଙ୍କନ ମଧ୍ୟ କରାଯିବ
CMO Odisha Mo Sarkar 5T
  
  
  
  
  
No comments:
Post a Comment