ଗତକାଲି ପବିତ୍ର ଗୁରୁଦିବସ ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେବାର ଗତ କିଛି ଦିନ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ଯାଇ ମନିଟରିଂ କରିବା ସମୟରେ ବିଭିନ୍ନ ଦିଗକୁ ଦେଖି ତାଙ୍କର ଶିକ୍ଷା କ୍ଷେତ୍ରରେ ଥିବା ଅବଦାନକୁ ସମ୍ମାନ ଜଣେଇ ଗୁରୁଦିବସ ଅବସରରେ ସେମାନଙ୍କୁ ସମ୍ମାନିତ କରିବା ପାଇଁ ଯୋଜନା କରିଥିଲି.. ଏଥିପାଇଁ ୧୨ ଟି ବର୍ଗରେ ଜଣେ ଜଣେ ଶିକ୍ଷକ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା.
ଆମ ଝାରବନ୍ଧ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଶିକ୍ଷକ ଜଗନ୍ନାଥ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ..ଆଗାମୀ ଦିନରେ ଆମ କ୍ଲଷ୍ଟର ତଥା ବ୍ଲକର ଶିକ୍ଷାର କିଭଳି ବିକାଶ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲି..
ବିଭିନ୍ନ ବର୍ଗରେ ପାଇଥିବା ଶିକ୍ଷକ ସମ୍ମାନ:-
ରାଜେନ୍ଦ୍ର ପାଣ୍ଡେ ଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ, ବିଶ୍ଵାମିତ୍ର ବାଗ ଙ୍କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ସମ୍ମାନ, ମୀନକେତନ ଥପା ଙ୍କୁ ଶ୍ରେଷ୍ଠ ସହକାରୀ ଶିକ୍ଷକ ସମ୍ମାନ, Firoj Nag ଙ୍କୁ ଶ୍ରେଷ୍ଠ କନିଷ୍ଠ ଶିକ୍ଷକ ସମ୍ମାନ ,ଭୋଗ ସିଂ ଦାଉ ଏବଂ ଗାୟତ୍ରୀ ସେଠ ଙ୍କୁ ଶ୍ରେଷ୍ଠ FLN ଶିକ୍ଷକ ସମ୍ମାନ ରେ ସମ୍ମାନିତ କରାଯାଇଛି. ଏହାଛଡ଼ା ଶ୍ରେଷ୍ଠ କଳା ଶିକ୍ଷକ ଭାବେ Sabitkumar Mahaling ଏବଂ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ Rameswar Haripal ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା..ଅନ୍ୟ ବର୍ଗରେ ଶ୍ରେଷ୍ଠ ସମାୟାନୁବର୍ତୀ ଶିକ୍ଷକ ଭାବେ Upendra Patel ,ନିଷ୍ଠାପର ଶିକ୍ଷକ ଭାବେ Manav Pandey ଏବଂ ଶ୍ରେଷ୍ଠ ଦାୟିତ୍ବବାନ ଶିକ୍ଷକ ଭାବେ ସଂଯୁକ୍ତା କୁମ୍ଭାର ଙ୍କୁ ସମ୍ମାନିତ କରାଯାଇଥିଲା.ସ୍ୱତନ୍ତ୍ର ବର୍ଗ ରେ ଶ୍ରୀଯୁକ୍ତ Surya Bariha ଙ୍କୁ ଶ୍ରେଷ୍ଠ ସେବାଶ୍ରମ ସେବକ ସମ୍ମାନ ପ୍ରଦାନ କରାଯାଇଛି
CMO Odisha Mo Sarkar 5T Ministry of Education Dharmendra Pradhan